How to Strart Meditation- Types and Methods in Odia | Yogashree

ଧ୍ୟାନ ଆରମ୍ଭ କରିବା ପୂର୍ବରୁ...ପ୍ରଶ୍ନ???

➡️କେବଳ ଆଖି ବୁଜି ନିରବରେ ବସିବାକୁ ପ୍ରଡ଼ିବ?🤔

➡️ଆଖି ବୁଜିଲେ ତ କେତେକଥା ମନକୁ ଆସିଯାଉଛି?😮

➡️ଧ୍ୟାନ କଲେ କଣ ପାଠ ପଢ଼ିବାକୁ ମନ ଲାଗିବ?🤫

➡️କେତେ ସମୟ ଧ୍ୟାନ କରିବାକୁ ପଡ଼ିବ?🙂

➡️ତଳେ ବସିବାକୁ ପଡ଼ିବ ନା ଆସନରେ?😑

➡️ମେଡିଟେସନ କରିବାକୁ କେଉଁ ଉପାୟ ସବୁଠାରୁ ଭଲ?🫥

➡️ମେଡିଟେସନ ସମୟରେ କଣ ଭାବିବା ଉଚିତ?😌

➡️ବସିଲେ ନିଦ ଲାଗୁଛି, ଠିଆ ହୋଇ ମେଡିଟେସନ କରିପାରିବି କି?🥱

➡️ଗୀତ ଶୁଣି ମେଡିଟେସନ କରିପାରିବି କି?🙃

➡️ଧ୍ୟାନ କରିବାକୁ ଚାହୁଁଛି, କିନ୍ତୁ ମନ ସ୍ଥିର ହେଉନାହିଁ...😎

➡️ଯାହା ଭୁଲିବାକୁ ଚାହୁଁଛି, ବେଶୀ ମନେ ପଡୁଛି...🫡


କିପରି ଆରମ୍ଭ କରିବେ ଧ୍ୟାନ?


ଜୀବନ ଜୀବିକା ପାଇଁ ଧାଁଦୌଡ଼, କାର୍ଯ୍ୟଚାପ, ଘର ପରିବାର ଜଞ୍ଜାଳ ମଧ୍ୟରେ ଧ୍ୟାନ କରିବାକୁ କାହା ପାଖରେ ବା ସମୟ ଅଛି । ଦାୟିତ୍ୱଭାରରେ କାନ୍ଧ ନଇଁ ପଡୁଥିବାବେଳେ ଧ୍ୟାନ କରିବା ଆରମ୍ଭ କରିବାବେଳେ ଉପରୋକ୍ତ ପ୍ରଶ୍ନ ଗୁଡିକ ମନକୁ ପଛକୁ ଫେରାଇ ନିଏ । ନିୟମିତ ଧ୍ୟାନ ଫଳରେ ଜୀବନର ଅନେକ ସମସ୍ୟା ଦୂର ହୋଇଯିବ, ଏକଥା ପ୍ରାୟ ସମସ୍ତଙ୍କୁ ଜଣାଥାଏ। ଶରୀର ପାଇଁ ଖାଦ୍ୟର ଆବଶ୍ୟକତା ପଡୁଥିବାବେଳେ ମନ ପାଇଁ ଧ୍ୟାନ ଅତ୍ୟନ୍ତ ଆବଶ୍ୟକ, ଏକଥା ବି ସମସ୍ତଙ୍କୁ ଜଣାଥାଏ । 


ମନକୁ ବୁଝାଇ କୌଣସି ଗୋଟିଏ ସ୍ଥାନରେ ଧ୍ୟାନରେ ବସିବାବେଳେ ମନର ବିଚଳନ ତ୍ୱରାନ୍ୱିତ ହୁଏ। ଆପଣ କୌଣସି ଗୋଟିଏ ଉପାୟ ଖୋଜନ୍ତି, ଯେପରି ମନ ସମ୍ପୂର୍ଣ୍ଣ  ସ୍ଥିର ହୋଇଯିବ, ଯେପରି ମନକୁ କୌଣସି ଖରାପ ବିଚାର ଆସିବ ନାହିଁ । ଏହି ଭାବନା ହିଁ 'ଧ୍ୟାନ' କ୍ରିୟାର ପଥରୋଧ କରେ ।


ମନକୁ ନିଷ୍କ୍ରିୟ କରିବାକୁ ଚାହୁଁଛନ୍ତି କାହିଁକି? 


ଯଦି ଆପଣ ଧ୍ୟାନ କରିବାବେଳେ ଆପଣଙ୍କ ଶରୀରର ସମସ୍ତ ଅଙ୍ଗ, ପ୍ରତ୍ୟଙ୍ଗ ସକ୍ରିୟ, ଏପରିକି ଶରୀରରେ ଅନ୍ତଭାଗରେ ବୃକକ୍, ହୃଦୟ, ପାକତନ୍ତ୍ର, ମୁତ୍ରାଶୟ ସବୁକିଛି ସକ୍ରିୟ, ତେବେ ଆପଣ ମନକୁ ନିଷ୍କ୍ରିୟ କରିବାକୁ ଚାହୁଁଛନ୍ତି କାହିଁକି? ଆପଣ ଦିନରେ କେତେଥର ନିଜ ଦୃଦୟ ସ୍ପନ୍ଦନକୁ ଶୁଣିପାରନ୍ତି? ହୁଏତ କିଛି ସମୟ ପାଇଁ ହୋଇପାରେ, କିନ୍ତୁ ସାରା ଦିନ ଆପଣ ଦୃଦୟ କ୍ରିୟା ଚାଲିଥିବା ନେଇ ସଚେତନ ନଥାନ୍ତି । ଏହାର ଅର୍ଥ ନୁହେଁ ଯେ - ଆପଣଙ୍କ ଦୃଦୟ କାର୍ଯ୍ୟକ୍ଷମ ନଥିଲା। ଆଧୁନିକ ବିଜ୍ଞାନ ଦୃଷ୍ଟିରୁ ମଣିଷର ମନ ପ୍ରାୟ ୧୪ ଟ୍ରିଲିଅନ କୋଷିକାର ସମାହାର । କିନ୍ତୁ ସାଧାରଣ ମଣିଷ ଜୀବନ କାଳ ମଧ୍ୟରେ ଏହାର ମାତ୍ର ୧ ପ୍ରତିଶତ ବିନିଯୋଗ କରିପାରିଥାଏ ।  ଅନାବନା ଭାବନା ଓ କଳ୍ପନାରେ ବିନିଯୋଗ ହେଉଥିବା ଏହି ପ୍ରଖର ଶକ୍ତିକୁ ଧ୍ୟାନ ମାଧ୍ୟମରେ ବୃଦ୍ଧି କରାଯାଇପାରେ ।

How do you start a meditation habit | Yogashree


କିପରି କରିବେ ଧ୍ୟାନ ଅଭ୍ୟାସ | How Do You Start a Meditation Habit?


ଯୋଗାସନ ଓ ପ୍ରାଣାୟାମ କରିବା ପୂର୍ବରୁ ଧ୍ୟାନ କରିବାକୁ ପ୍ରୟାସ କରିବାବେଳେ ଏପରି ସମସ୍ୟା ସୃଷ୍ଟି ହେବା ଅତ୍ୟନ୍ତ ସ୍ୱାଭାବିକ । ଏଥିପାଇଁ ଯୋଗସୁତ୍ରରେ ଅଷ୍ଟାଙ୍ଗ ଯୋଗ ମାର୍ଗକୁ କ୍ରମାନ୍ୱୟରେ ସାଧନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଯୋଗାସନ ଓ ପ୍ରାଣାୟାମ କରିବା ପରେ ଧ୍ୟାନ ସାଧନା କରିବା ସହଜ ହୋଇଥାଏ ।  ଧ୍ୟାନ କରିବା ଏକ ସାଧାରଣ ଓ ସହଜ କ୍ରିୟା ପରି ଦୃଶ୍ୟମାନ ହେଉଥିଲେ ବି ଏହା ସହଜ ନୁହେଁ। 


କୌଣସି ଜଣେ ବ୍ୟକ୍ତି ସବୁଦିନ ଧ୍ୟାନ କରନ୍ତି ବା କରୁଛନ୍ତି ବୋଲି ଆପଣ କିପରି ଜାଣନ୍ତି ? ହୁଏତ ସେହି ବ୍ୟକ୍ତ ଜଣଙ୍କ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ, ଏକ ନିର୍ଦ୍ଦିଷ୍ଟ ଯୋଗ ମୁଦ୍ରାରେ ବସୁଥିବା ଆପଣ ଲକ୍ଷ୍ୟ କରିଥିବେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ - ସେ ବ୍ୟକ୍ତି ଜଣକ ସବୁଦିନ ଧ୍ୟାନ କରନ୍ତି । 


ବାସ୍ତବରେ ଧ୍ୟାନ କରୁଥିବା ବ୍ୟକ୍ତି, ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଧ୍ୟାନ କରୁଛନ୍ତି ବୋଲି କହିବାର ଆବଶ୍ୟକତା ହିଁ ନଥାଏ । ଏହା ତାଙ୍କ ଦ୍ୱାରା ସମ୍ପାଦିତ ହେଉଥିବା ପ୍ରତିଟି କ୍ରିୟାରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ। କଥାବାର୍ତ୍ତା, ଚାଲିଚଳନ, ଆଚାର, ଆଚ୍ଚରଣରେ ସଚେତନତାର ସ୍ପଷ୍ଟ ଆଭା ଦୃଶ୍ୟମାନ ହୋଇଥାଏ। ଯୋଗୀଙ୍କ ମୁଖ ମଣ୍ଡଳରେ ପ୍ରତି ସମୟରେ ପ୍ରସନ୍ନତା ଓ ସନ୍ତୋଷ ଭାବ ପ୍ରକଟିତ ହୋଇଥାଏ। ଏହା ହିଁ ଧ୍ୟାନର ଉଦ୍ଦେଶ୍ୟ। 


Also Read: Confusion to Conclusion: କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? ପ୍ରଥମେ କଣ କରିବେ🤔


ଧ୍ୟାନ କରିବା ପାଇଁ ୪ଟି ଉପାୟ | 4 Methods of Meditation


  1. ଦ୍ରଷ୍ଠା / ସାକ୍ଷୀ ଧ୍ୟାନ (Drastha or Sakshi Dhyan): ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ଲକ୍ଷ୍ୟ କେନ୍ଦ୍ରିକରଣ ( Vision Meditation)
  2. ଶ୍ରବଣ ଧ୍ୟାନ (Shravan Dhyan): ନିର୍ଦ୍ଦିଷ୍ଟ ଶବ୍ଦ ଉପରେ ମନ ନିବଦ୍ଧ (Listen Meditation)
  3. ପ୍ରାଣାୟାମ ଧ୍ୟାନ (Pranayama Dhyan): ଶ୍ୱାସକ୍ରିୟା ଉପରେ ମନ ନିବଦ୍ଧ ( Pranayama Meditation)
  4. ଭୃକୁଟି ଧ୍ୟାନ (Bhrikuti Dhyan): ଭୃକୁଟି ଉପରେ ଦୃଷ୍ଟି କେନ୍ଦ୍ରିତ (Third Eye Meditation)


କିପରି କରିବେ ଧ୍ୟାନ | How to do Meditation?


  • ସର୍ବପ୍ରଥମେ ଏକ ଖୋଲା ଓ ଶାନ୍ତ ସ୍ଥାନ ଚୟନ କରନ୍ତୁ (ଘରେ କିମ୍ବା ବାହାରେ)।
  • ଧ୍ୟାନ କରିବା ପାଇଁ ଉପଯୁକ୍ତ ସମୟ ବାହାର କରନ୍ତୁ (ପ୍ରଭାତ କିମ୍ବା ସଂଧ୍ୟା)।
  • ବଜ୍ରାସନ(ଚକା ଆସନ), ସୁଖାସନ କିମ୍ବା ପଦ୍ମାସନରେ ବସନ୍ତୁ ।
  • ଆଖି ବନ୍ଦ କରି ଶରୀରକୁ ସମ୍ପୂର୍ଣ୍ଣ ଶାନ୍ତ ରଖନ୍ତୁ।
  • ଅର୍ଦ୍ଧ ନିମିଳିତ ଆଖିରେ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ନଜରକୁ ସ୍ଥିର କରନ୍ତୁ।
  • ପ୍ରକୃତି ଶବ୍ଦ, ଏକ ମନ୍ତ୍ର (ପ୍ରାର୍ଥନା,ବାକ୍ୟାଂଶ ବା ଜପ), କିମ୍ବା ଏକ ଗତି (ଶ୍ୱାସକ୍ରିୟା) ଉପରେ ଚିନ୍ତାଧାରାକୁ ନିବଦ୍ଧ କରନ୍ତୁ।
  •  ପ୍ରଥମେ ୧୦ରୁ ୨୦ ମିନିଟ କିମ୍ବା ସହଜ ବୋଧ କରୁଥିଲେ ଅଧିକ ସମୟ କରନ୍ତୁ।
  • ନିୟମିତ ଭାବେ ଏକ ନିର୍ଦ୍ଦିଷ୍ଟ ସମୟରେ ଧ୍ୟାନ ଅଭ୍ୟାସ କରନ୍ତୁ।


ମୁଁ କିଏ? ଧ୍ୟାନ ପରେ ହିଁ ଏହି ପ୍ରଶ୍ନର ପ୍ରକୃତ ଉତ୍ତର ମିଳେ।  ଏହି ସାମାନ୍ୟ କାର୍ଯ୍ୟକୁ ନିୟମିତ ଅଭ୍ୟାସ ଜାରି ରଖିଲେ ଜୀବନରେ ଅନେକ ନୂଆ ଅନୁଭବ ମିଳିବା ସହିତ ପ୍ରସନ୍ନ ରହିବା ପାଇଁ ନୂଆ ବିକଳ୍ପ ଓ ଉପାୟ ମଧ୍ୟ ମିଳିବ ।


ଧ୍ୟାନର ଲାଭ କ’ଣ?


ଭାରତୀୟ ଯୋଗୀମାନେ ଧ୍ୟାନର ଅନେକ ଲାଭ ବିଷୟରେ ଜଣାଇଛନ୍ତି । ପୂର୍ବ ଅନୁଭବ ଓ ପରବର୍ତ୍ତୀ ଅନୁଭବ ବିଷୟରେ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିଛନ୍ତି ସାଧକ। ଯଦିଓ ଗୋଟିଏ ଦିନରେ ଲାଭ କଳନା କରିବା ସମ୍ଭବ ନୁହେଁ । ଏଥିପାଇଁ ସାଧକଙ୍କୁ ଅନେକ ସପ୍ତାହ,  ଏପରିକି ଅନେକ ମାସ ଅପେକ୍ଷା କରିବାକୁ ପଡ଼ିପାରେ । ଧ୍ୟାନ କରିବା ଫଳରେ ଭାବପ୍ରବଣତା ସହିତ ପୂର୍ବରୁ ଜଡିତ ମନର ଉପାଦାନଗୁଡ଼ିକ ସନ୍ତୁଳିତ ହୋଇଥାଏ।  ଯୋଗ ଶାସ୍ତ୍ର ଅନୁସାରେ ଆଠ ସପ୍ତାହ ଧ୍ୟାନର ଅନୁସରଣ (ଦିନକୁ ଅତିକମରେ ୩୦ ମିନିଟ୍)କଲେ ଯେକୌଣସି ବ୍ୟକ୍ତିଙ୍କ ସୁଖ ପରିସର ବୃଦ୍ଧି ପାଇବା ସମ୍ଭାବନା ରହିଛି । ପୂର୍ବରୁ ଯେଉଁ କାର୍ଯ୍ୟ କରିବାକୁ ଆପଣ ଅସମର୍ଥ ହେଉଥିଲେ, ସେହି କାର୍ଯ୍ୟକୁ ଅତି ସହଜରେ ସମ୍ପାଦନ କରିବାକୁ ଆପଣଙ୍କ ମନରେ ଧୈର୍ଯ୍ୟ  ଓ ଶକ୍ତି ବୃଦ୍ଧି ପାଉଥିବା ଆପଣ ସ୍ୱୟଂ ଅନୁଭବ କରିପାରିବେ ।

Also Read: Pranayama: ପ୍ରାଣାୟାମ କଣ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ?


ନିୟମିତ ଧ୍ୟାନର ଲାଭ ଗୁଡ଼ିକ କଣ ?


  • ସୁଖ ଅନୁଭୂତି 
  • ମନୋବଳ ବିକାଶ 
  • ମାନସିକ ଚାପ ହ୍ରାସ 
  • ଅଧିକ ଧୈର୍ଯ୍ୟବାନ ହେବା
  • କ୍ରୋଧ,ଚିନ୍ତା ଓ ଦୁଃଖ ପରି ନକାରାତ୍ମକ ଭାବନାର ହ୍ରାସ
  • ଅନ୍ୟମାନଙ୍କ ଉପରେ ସକରାତ୍ମକ ପ୍ରଭାବ 
  • ଉନ୍ନତ ଶାରୀରିକ ସ୍ୱାସ୍ଥ୍ୟ
  • ଆଧ୍ୟାତ୍ମିକ ବିକାଶ

meditation for beginner at home | Yogashree


ମୁହଁରେ ଛାପି ହୋଇ ରହିବ ସୁଖର ପ୍ରଲେପ


ନିଜ ଅନ୍ତର ସହ ସାକ୍ଷାତକାର ହିଁ ଧ୍ୟାନ । ଏହାର ବିଭିନ୍ନ ସ୍ତର ରହିଛି । ଧ୍ୟାନ କରିବାବେଳେ ମନକୁ ନିୟନ୍ତ୍ରଣ ବଦଳରେ ମୁକ୍ତ କରିଦିଆଯାଏ । ଯେଉଁ ସ୍ରୋତରୁ ବିଚାର ଆସୁଛି, ଧୀରେଧୀରେ ତାହାକୁ ବନ୍ଦ କରିଦିଆଯାଏ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ 'ନିରାକାର' ବଦଳରେ 'ଆକାର' ଉପରେ ଦୃଷ୍ଟି କେନ୍ଦ୍ରିତ କରାଯାଏ ।  ଇଷ୍ଟଦେବ, ଗୁରୁ, ଦେବ ପ୍ରତୀମା, ଆଲୋକ ପିଣ୍ଡ, ଓଁକାର ନାଦ, କିମ୍ବା ଅନ୍ୟ କୌଣସି ନିଦ୍ଦିଷ୍ଟ ଭିତ୍ତି ଉପରେ ମାନସକୁ ନିବଦ୍ଧ କରାଯାଏ । ଏହି ସିଦ୍ଧି ପ୍ରାପ୍ତିର ଦର୍ଶନରୁ ହିଁ ଭାରତରେ ମୂର୍ତ୍ତୀ ପୂଜା, ମନ୍ଦିର ସଂସ୍କୃତିର ଉଦ୍ଭବ ।  ଏହା ହିଁ ଶକ୍ତି ସରଂଚନାର ଗୁପ୍ତ ଉପାୟ ।  ଯୋଗସୁତ୍ରରେ ଅନେକ ପ୍ରକାରର ଉପାୟ ବିଷୟରେ ବର୍ଣ୍ଣନା ରହିଛି । ଧ୍ୟାନକୁ ମୁଖ୍ୟତଃ ତିନି ଭାବରେ ବିଭକ୍ତ କରାଯାଇଛି।


ଧ୍ୟାନର ପ୍ରକାର | Type of Meditation


  1. ସ୍ଥୁଳ ଧ୍ୟାନ (Sthula Dhyan): କୌଣସି ବସ୍ତୁ ଉପରେ ଦୃଷ୍ଟି ନିବଦ୍ଧ 
  2. ଜ୍ୟୋତି ଧ୍ୟାନ (Jyoti Dhyan): ମୂଳାଧାର/ ବ୍ରହ୍ମ ଦର୍ଶନ
  3. ସୂକ୍ଷ୍ମ ଧ୍ୟାନ (Sukshma Dhyan- Sambhiabi Mudra/ Kundalini Dhyana): ଆତ୍ମ ସାକ୍ଷାତକାର


ଆମେ ଯାହା ସନ୍ଧାନ କରୁଛନ୍ତି ତାହା ଆମ ଭିତରେ ହିଁ ବିଦ୍ୟମାନ । ନିଜ ଭିତରେ ଶାଶ୍ୱତ ନିରାକାରଙ୍କୁ ଉପଲବ୍ଧି କରିବା ପରେ ସ୍ଥୁଳ ଜଗତର କୌଣସି ବି ସ୍ଥିତି ଯୋଗୀ ମନକୁ ବିଚଳିତ କରିପାରେନାହିଁ । ପ୍ରକୃତି କୋଳରେ ଜୀବନକୁ ଉପଭୋଗ କରିବାର ସମୟକୁ ଯୋଗୀ ନଷ୍ଟ କରିବାକୁ ଚାହେଁନାହିଁ । ଏହା ହିଁ ପ୍ରସନ୍ନତାର ଗୁପ୍ତକାରଣ । ଭାରତୀୟ ସଂସ୍କୃତିର ଏହା ହିଁ ଜଟିଳ ଦିଗ । ବିଶ୍ୱାସ ଓ ଭକ୍ତିରେ ମନ୍ଦିରରେ ଯେଉଁ ଦିଅଁଙ୍କୁ ଆମେ ପୂଜା କରୁଥାନ୍ତି, ବାସ୍ତବରେ ଆମକୁ ଜଣାଥାଏ- ଦିଅଁଙ୍କ ପ୍ରତିମା ଭିତରେ ଭଗବତ୍ ସତ୍ତା ଉପସ୍ଥିତ ନାହିଁ କିନ୍ତୁ ଏହି ନିଥର ସତ୍ତା ପ୍ରତି ଆମ ମନର ବିଶ୍ୱାସ, ଅସୁମାରୀ ଶକ୍ତିର କମ୍ପନ ସୃଷ୍ଟି କରିଥାଏ। ଯେଉଁ   ତଡିତ୍ ଶକ୍ତି ଆମକୁ ଅନ୍ତର୍ମୂଖୀ ହେବାରେ ସାହାଯ୍ୟ କରିଥାଏ । 


ଜୀବନ ଧାରଣ କରିଥିବାରୁ ଶରୀରର ପ୍ରତିଟି ଅଙ୍ଗର ସ୍ୱତନ୍ତ୍ର କାର୍ଯ୍ୟ ପରିସର ରହିଛି । ଅନ୍ୟ ସମସ୍ତ ଅଙ୍ଗଠାରୁ ମସ୍ତିଷ୍କ ଅତ୍ୟନ୍ତ ଉନ୍ନତ ଓ ଜଟିଳ ପର୍ଯ୍ୟାୟର।  ଭାରତୀୟ ବୈଦିକ ଶାସ୍ତ୍ର ଗୁଡିକରେ ମନକୁ ମୋଟ ୪ ଭାଗରେ(ବୁଦ୍ଧି-Intellect, ଅହଂକାର-Identity, ମାନସ-Memory, ଓ ଚିତ୍ତ-Pure intelligence) ବିଭକ୍ତ କରାଯାଇଛି। 


ସ୍ମୃତି(ଅତୀତ), ଅଭିଜ୍ଞତା(ବର୍ତ୍ତମାନ) ଓ କଳ୍ପନା(ଭବିଷ୍ୟତ)କୁ ନିୟନ୍ତ୍ରଣ କରିବା ପରି ଜଟିଳ କାର୍ଯ୍ୟ ସଂପାଦନ କରେ ମନ । ଯ।ହା ଆମର ସମ୍ପୂର୍ଣ୍ଣ ଜୀବନକୁ ଗତିଶୀଳ କରିଥାଏ । ଅତୀତକୁ ମନେ ରଖିବାର ଶକ୍ତି, ବର୍ତ୍ତମାନ ଅନୁଭବକୁ ସୁସଂଯମ କରିବାର ଶକ୍ତି ଏବଂ ଏହି ଦୁଇ ଶକ୍ତିର ଆଧାରରେ ଭବିଷ୍ୟତକୁ କଳ୍ପନା କରିବାର ଶକ୍ତି ମାନସ  ନିକଟରେ ରହିଥାଏ ।  

©ପ୍ରକାଶ ରଂଜନ ପରିଡ଼ା


Also Read: Power of Particles - Understand Four Parts of the Human Mind